ମାନିକ ଶାହା ହେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୪/୫: ମାନିକ ଶାହା ହେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ । ବିପ୍ଲବଙ୍କ ପରେ ତ୍ରିପୁରା ସରକାରର ମଙ୍ଗ ଧରିବେ ମାନିକ ଶାହା । ଆଜି ରାଜ୍ୟ ବିଜେପି ବିଧାୟକ ଦଳର ନେତା ଭାବେ ସେ ନିର୍ବାଚିତ ହୋଇଛନ୍ତି । ତେବେ ଏହା ପୂର୍ବରୁ ବିପ୍ଲବ ଦେବ ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ରାଜ୍ୟପାଳଙ୍କୁ ଭେଟି ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଆଉ ଏହାର ମାତ୍ର କିଛି ଘଣ୍ଟା ପରେ ମାନିକ ଶାହାଙ୍କୁ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି ବିଜେପି ।