ସମ୍ଭାବ୍ୟ ବାତ୍ୟା ମଣ୍ଡୋସ ନେଇ ଆଲର୍ଟ ଜାରି

ଭୁବନେଶ୍ୱର,୭/୧୨: ଆସୁଛି ବାତ୍ୟା। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। ସମ୍ଭାବ୍ୟ ବାତ୍ୟା’ ମଣ୍ଡୋସ’ ଯୋଗୁଁ ତାମିଲନାଡୁ ଓ ପୁଡୁଚେରୀରେ ଆଲର୍ଟ ଜାରି କରାଯାଇଛି । ଉତ୍ତର ଭାରତରେ ଥଣ୍ଡା ବଢ଼ୁଥିବାବେଳେ ଦକ୍ଷିଣ ଭାରତର କିଛି ସ୍ଥାନରେ ପାଗ ପରିବର୍ତନ ହୋଇ ବର୍ଷା ହେବାରେ ଲାଗିଛି । ପାଣିପାଗ ବିଭାଗ ପକ୍ଷରୁ ଦକ୍ଷିଣ ଭାରତର କିଛି ସ୍ଥାନ ପାଇଁ ଆଲର୍ଟ ଜାରି କରାଯାଇଛି । ବାତ୍ୟା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ତାମିଲନାଡ଼ୁ , ପୁଡ଼ୁଚେରୀ ଠାରେ ନୈାସେନା ଓ ଏନଡ଼ିଆରଏଫ ଟିମ ସଜାଗ ରହିଛି । ସେପଟେ ପଶ୍ଚିମ ପାଖ ଜମ୍ମୁ କଶ୍ମୀର ଏବଂ ଆଖପାଖ ଅଂଚଳରେ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ଅଛି ।