ମାନସ ସ୍ୱାଇଁ ହତ୍ୟା ଘଟଣାରେ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ ଗିରଫ

ଭୁବନେଶ୍ୱର,୨୮/୩ : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ଭଦ୍ରକ ନଳାଙ୍ଗ ଗାଁରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଆଜି ଚାନ୍ଦବାଲି ଜେଏମଏଫସି କୋର୍ଟରେ ଉଭୟଙ୍କୁ ହାଜର କରାଯାଇିଛି । ଏହାସହ ଦୁଇଜଣଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ ।

ସୂଚନା ଅନୁଯାୟୀ , ଗତ ଫେବ୍ରୁଆରୀ ୭ତାରିଖରେ ମାନସକୁ ଚାନ୍ଦବାଲିରୁ ଅପହରଣ କରାଯାଇ ଭୁବନେଶ୍ୱରରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ନିରଞ୍ଜନ ସେଠୀଙ୍କ ସମେତ ୬ ଜଣକୁ ଗିରଫ କରିଥିଲା। ପରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇ ଥିଲା। ତଦନ୍ତ ଭାର ନେବା ପରେ ରବିବାର କ୍ରାଇମବ୍ରାଂଚର ଏକ ଟିମ ଏୟାରଫିଲ୍ଡ ଅଂଚଳରେ ଥିବା ଶର୍ମିଷ୍ଠାଙ୍କ ଦୟାଲ ଆଶ୍ରମକୁ ଯାଇଥିଲା । କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ କେମିତି ହତ୍ୟା କରାଯାଇଥିଲା? ମୃତଦେହକୁ କିଭଳି କାର ପର୍ୟ୍ୟନ୍ତ ନିଆଗଲା? ଯେଉଁ ରୁମରେ ମାନସଙ୍କୁ ମାଡ ମରାଯାଇଥିଲା ଏବଂ ହତ୍ୟା କରାଯାଇଥିଲା ସେଠାରେ ଛାନଭିନ କରିଥିଲା । ଏଥିସହିତ ଆଶ୍ରମର କେୟାର ଟେକର ଓ ସେଠାକୁ ଯିବା ଆସିବା କରୁଥିବା ଏକାଧିକ ବ୍ୟକ୍ତିଙ୍କୁ ପଚରାଉଚରା କରିଛି । ପରେ କ୍ରାଇମବ୍ରାଂଚ ଟିମ୍ ଦୟାଲ ବୃଦ୍ଧାଶ୍ରମକୁ ସିଲ୍ କରି ଦିଆଯାଇଥିଲା ।