ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଗିରଫ

ଭୁବନେଶ୍ୱର,୨/୯: ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଗିରଫ ହୋଇଛନ୍ତି। ଭୁବନେଶ୍ବରରୁ ଗିରଫ କଲା ଖୋର୍ଦ୍ଧା ପୋଲିସ। ଆଜି ମାନସ ଦାସଙ୍କ ନାଁରେ ଆଉ ଏକ ଏତଲା ରୁଜୁ ହୋଇଥିଲା। ତାଙ୍କ ନାମରେ ହତ୍ୟା ଉଦ୍ୟମ, ଧମକ ଓ ନିର୍ଯାତନା ଭଳି ଅଭିଯୋଗ ଥିଲା। ଖୋର୍ଦ୍ଧା SDPO ସୁଶୀଲ ମିଶ୍ରଙ୍କ ନେତୃତ୍ବରେ ସ୍ଵତନ୍ତ୍ର ଟିମ ଦ୍ବାରା ଗିରଫ ହୋଇଛନ୍ତି। ରିମାଣ୍ଡରେ ଆସିଥିବା ୩ ଅଭିଯୁକ୍ତକୁ ଜେରା ପରେ ତାଙ୍କ ବିରୋଧରେ ପ୍ରମାଣ ମିଳି ଥିଲା। ଭୁବନେଶ୍ବରରୁ ଗିରଫ ପରେ କୋର୍ଟ ଚାଲାଣ କଲା ଖୋର୍ଦ୍ଧା ପୋଲିସ।