ମମିତା ମେହେର ହତ୍ୟା ମାମଲାରେ ଅଭିଯୋଗ ନେଇ ସ୍ପଷ୍ଟୀକରଣ ରଖିଲେ ମନ୍ତ୍ରୀ ଦିବ୍ୟଶଙ୍କର

ଭୁବନେଶ୍ୱର, ୨୯/୧୦: କଳାହାଣ୍ଡି ସନସାଇନ୍ ସ୍କୁଲ ଅଧ୍ୟାପିକା ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ୍ ନାମରେ ଅଭିଯୋଗ ଆସିଥିଲା। ଏହି ଅଭିଯୋଗ ନେଇ ଆଜି ସେ ସ୍ପଷ୍ଟୀକରଣ ରଖିଛନ୍ତି। ମାଣିକେଶ୍ବରୀଙ୍କ ନାମରେ ଶପଥ ଓ ଅପରାଧ ସହ କୌଣସି ସଂପୃକ୍ତ ନଥିବା ସେ କହିଛନ୍ତି। ଯଦି କିଛି ଏହି ସମ୍ପର୍କରେ କୌଣସି ପ୍ରମାଣ ଅଛି ତେବେ କୋର୍ଟ ଓ ପୋଲିସରେ ଦାଖଲ କରିବାକୁ କହିଛନ୍ତି। ବ୍ୟକ୍ତିଗତ ଆକ୍ରୋଶ ଓ ଉଦ୍ଦେଶ୍ୟମୂଳକ ଖବର ପ୍ରସାରଣରୁ ବିରତ ରହିବାକୁ ରାଜନୈତିକ ଦଳ ଓ ଗଣମାଧ୍ୟମକୁ ସେ ଅନୁରୋଧ କରିଛନ୍ତି।