ମମିତା ମେହେରଙ୍କୁ ହତ୍ୟା କରିଥିବା ମାନିଲା ଗୋବିନ୍ଦ ସାହୁ !

ଭୁବନେଶ୍ୱର, ୨୦/୧୦:  ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣା ରେ ମମିତାଙ୍କୁ ହତ୍ୟା କରିଥିବା ମାନିଲା ଗୋବିନ୍ଦ ସାହୁ । ଜେରା ବେଳେ ପୋଲିସ ଆଗରେ ଗୋବିନ୍ଦ ସାହୁ ମାନିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ ଘରୋଇ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ମାଟି ତଳୁ ଗତକାଲି ମଣିଷ ଶରୀରର ପୋଡ଼ା ଅଂଶ ଓ ସୁନା ଚେନ୍ ଓ ପାଉଁଜି ମିଳିଥିଲା। ତେବେ ମୃତ ଦେହଟି ଚିହ୍ନଟ ପାଇଁ ମମିତାଙ୍କ ପରିବାର ଲୋକଙ୍କୁ ଘଟଣା ସ୍ଥଳକୁ ଡକା ଯାଇଥିଲା। ମାଟିତଳୁ ମିଳିଥିବା ସବୁ ଜିନିଷ ମମିତା ଙ୍କର ବୋଲି ଘର ଲୋକେ ଚିହ୍ନଟ କରିଥିଲେ।