ଓଡିଶାରୁ ମମତା ମହନ୍ତ ବିଜେପିର ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର, ୨୦/୦୮: ମମତା ମହନ୍ତ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କଲା ବିଜେପି । ନିକଟରେ ବିଜେଡି ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ମମତା ବିଜେପିରେ ସାମିଲ ହୋଇଥିଲେ । ଏହାପରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାପରେ ମମତା ମହନ୍ତଙ୍କୁ ପୁଣି ଥରେ ବିଜେପି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ଆଉ ଆଜି ମମତାଙ୍କ ନାଁରେ ମୋହର ମାରିଛି ବିଜେପିର କେନ୍ଦ୍ରୀୟ ନେତୃତ୍ୱ। ସଂଖ୍ୟା ଦୃଷ୍ଟିରୁ ବିଜେପି ଆବଶ୍ୟକ ସଦସ୍ୟ ଥିବାରୁ ମମତା ମହନ୍ତ ରାଜ୍ୟସଭାକୁ ଯିବା ଏକପ୍ରକାର ନିଶ୍ଚିତ ହୋଇଛି ।