ଦଳରୁ ଇସ୍ତଫା ଦେବାର ୨୪ଘଂଟା ଭିତରେ ପଦ୍ମ ଧରିଲେ ମମତା

ଭୁବନେଶ୍ୱର,୧/୦୮: ରାଜ୍ୟସଭା ଓ ଦଳରୁ ଇସ୍ତଫା ଦେବାର ୨୪ଘଂଟା ଭିତରେ ପଦ୍ମ ଧରିଛନ୍ତି ମମତା ମହନ୍ତ।  ମମତା, କୁଡୁମୀ ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରୁଥିବାରୁ ବିଜେପିକୁ ବଡ଼ ଫାଇଦା ହେବ ବୋଲି ଚର୍ଚ୍ଚା ହେଉଛି। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି। ବିଜେପିର ବରିଷ୍ଠ ନେତା ଅରୁଣ ସିଂ ଓ ଅନ୍ୟ ବରିଷ୍ଠ ନେତା ମମତାଙ୍କୁ ସ୍ୱାଗତ କରିଛନ୍ତି। ତେବେ ମମତାଙ୍କୁ ବିଜେପି ଆଗକୁ କେଉଁ ଦାୟିତ୍ୱ ଦେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି।

ଗତକାଲି ସନ୍ଧ୍ୟାରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ କୁଡୁମୀ ନେତ୍ରୀ ମମତା ମହନ୍ତ । ଏଥିସହ ବିଜେଡି ଦଳରୁ ମଧ୍ୟ ସେ ଇସ୍ତଫା ଦେଇଥିଲେ। ମମତାଙ୍କ ଏଭଳି ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଆଉ ଏହି ଖବରକୁ ମାତ୍ର ୨୪ଘଂଟା ନପୂରଣୁ ବଦଳି ଯାଇଛି ପୂରା ଚିତ୍ର।