ଭବାନୀପୁର ଆସନରୁ ବିଜୟ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ, ୩/୧୦: ବହୁମତ ସହ ଭବାନୀପୁର ଆସନରୁ ବିଜୟ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲଙ୍କୁ ୫୮ ହଜାରରୁ ଅଧିକ ଭୋଟରେ ହରାଇ ମମତା ଏହି ବିଜୟ ହାସଲ କରିଛନ୍ତି। ମମତାଙ୍କୁ ୮୪ ହଜାର ୭୦୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରିୱାଲ୍‌ଙ୍କୁ ୨୬ ହଜାର ୩୨୦ ଭୋଟ୍ ମିଳିଛି।