ରାଷ୍ଟ୍ରପତି ନିର୍ବାଚନ, ବିରୋଧୀଦଳର ୨୨ ନେତାଙ୍କୁ ଚିଠି ଲେଖିଲେ ମମତା

ନୂଆଦିଲ୍ଲୀ, ୧୧/୦୬: ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କୁ ଏକାଠି କରିବା ପାଇଁ ପ୍ରୟାସ । ଆଜି ବିରୋଧୀଦଳର ୨୨ ନେତାଙ୍କୁ ଚିଠି ଲେଖିଛନ୍ତି ମମତା ବାନାର୍ଜୀ। ଜୁନ ୧୫ ତାରିଖରେ ବୈଠକ ପାଇଁ ସହମତି ସେ ଲୋଡିଛନ୍ତି। ସୋନିଆ ଗାନ୍ଧି, ଉଦ୍ଧବ ଠାକ୍‌ରେ, କେଜରିୱାଲ, ନବୀନ ପଟ୍ଟନାୟକ, ପିନାରାଇ ବିଜୟନ, କେ. ଚନ୍ଦ୍ରଶେଖର ରାଓ, ଏମ୍‌କେ ଷ୍ଟାଲିନ, ହେମନ୍ତ ସୋରେନ୍, ଭଗୱନ୍ତ ମାନଙ୍କୁ ଚିଠି ଲେଖାଯାଇଛି।

ସୂଚନାଯୋଗ୍ୟ ଯେ ରାଷ୍ଟ୍ରପତି ଚୟନ ପାଇଁ ୧୮ ଜୁଲାଇରେ ଭୋଟ ଗ୍ରହଣ ଓ ୨୧ ଜୁଲାଇରେ ଭୋଟ ଗଣତି ହେବ ବୋଲି ନିର୍ବାଚନ କମିଶନ ପକ୍ଷରୁ ଘୋଷଣା କରାଯାଇଛି ।