ମାଲକାନଗିରି ବିମାନବନ୍ଦର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯/୦୧: ମାଲକାନଗିରି ବିମାନବନ୍ଦର ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିମାନବନ୍ଦର ଲୋକାର୍ପିତ ହେବା ପରେ ଏଠାରୁ ପ୍ରଥମେ ନନ୍ ସିଡ୍ୟୁୁଲ୍ ବା କମର୍ସିଆଲ ବିମାନ ଉଡାଣ ଭରିଛି । ଭବିଷ୍ୟତରେ ଏହାକୁ ୩୦୦୦ ମିଟର ଯାଏଁ ସମ୍ପ୍ରସାରଣ କରାଯିବାର ମଧ୍ୟ ଯୋଜନା ରହିଛି । ଏହା ପରେ ଡିଜସିଏଙ୍କ ଅନୁମତି ପରେ ଯାତ୍ରୀବାହୀ ବିମାନ ଉଡାଣ ଭରିବ ବୋଲି ସୂଚନା ରହିଛି । ୨୩୪ ଏକର ଜମିରେ ନିର୍ମାଣ ହୋଇଛି ଏହି ବିମାନବନ୍ଦର । ମାତ୍ର ୧୪ ମାସରେ ଏହି ବିମାନବନ୍ଦରକୁ ନିର୍ମାଣ କରାଯାଇଛି ।