ମାଲକାନଗିରିରେ ହେବ ୪ ହଜାର କୋଟି ଟଙ୍କାର ପୁଂଜିନିବେଶ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪/୧୨: ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଂଚଳ କୁ ଡବଲ ଇଂଜିନ ସରକାର  ବିକାଶ ଅଂଚଳରେ ପରିଣତ କରିବେ ବୋଲି ମାଲ୍ୟବନ୍ତ ମଞ୍ଚରୁ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ସହ ସେ କହିଛନ୍ତି କି,ଗତ ୨୪ ବର୍ଷ ର ଶାସନ କାଳ ରେ ମାଲକାନଗିରି ଜିଲ୍ଲାର ଆଶା ଅନୁରୁପ ବିକାଶ ହୋଇ ନ ଥିବା ବେଳେ ମୋହନ ସରକାର ଏହି ସବୁ ଅଂଚଳର ବିକାଶ ଲାଗି ଦକ୍ଷୀଣ ଓଡିଶା ବିକାଶ ପରିଷଦ ଗଠନ କରିବା ଲାଗି ପଦକ୍ଷେପ ଗ୍ରହଣ କରିଛି ।ମାଲକାନଗିରିରେ ହେବ ୪ ହଜାର କୋଟି ଟଙ୍କାର ପୁଂଜିନିବେଶ । ସିମେଣ୍ଟ କାରଖାନାରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିବ । ଆଜି ମାଲକାନଗିରି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନଙ୍କ ସହ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।