ଆସନ୍ତାକାଲି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ୱର,୨୮/୦୧:ଆସନ୍ତାକାଲି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଭୁବନେଶ୍ୱରରେ ହେବାକୁ ଥିବା କଂଗ୍ରେସର ଓଡିଶା ବଞ୍ଚାଅ ସମାବେଶରେ ସେ ସାମିଲ ହେବେ। କଂଗ୍ରେସ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଖଡଗେଙ୍କ ପ୍ରଥମ ଓଡିଶା ଗସ୍ତ । ଯାହାକୁ ନେଇ ନେଇ ଦଳୀୟ କର୍ମୀଙ୍କ ଭିତରେ  ଉତ୍ସାହ ଦେଖିବାକୁ ମିଳିଛି । ସମାବେଶକୁ ସଫଳ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୫୦ହଜାର ନେତା, କର୍ମୀଙ୍କୁ ସାମିଲ କରିବାକୁ କଂଗ୍ରେସ ପ୍ରସ୍ତୁତି ଚଳାଇଛି । ସେପଟେ ଖଡଗେଙ୍କ ଗସ୍ତରୁ କଂଗ୍ରେସକୁ କୌଣସି ଲାଭ ମିଳିବ ନାହିଁ ବୋଲି ବିଜେଡି ଓ ବିଜେପି କହିଛନ୍ତି ।