କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ସମନ

ନୂଆଦିଲ୍ଲୀ,୧୫/୫: ବଜରଙ୍ଗ ଦଳକୁ ପିଏଫଆଇ ସହ ତୁଳନା କରିବା ମାମଲାରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନୀ ମୋକଦ୍ଦମା ହୋଇଥିଲା । ଆଉ ଏହି ମାମଲାରେ ପଞ୍ଜାବର ସଙ୍ଗରୁର ଜିଲ୍ଲା କୋର୍ଟ ଖଡଗେଙ୍କୁ ସମନ ଜାରି କରିଛନ୍ତି ।

ସୂଚନାଯୋଗ୍ୟ ଯେ ତାଙ୍କ ବିରୋଧରେ ‘ବଜରଙ୍ଗ ଦଳ ହିନ୍ଦୁସ୍ତାନ’ର ସଭାପତି ଦିତେଶ ଭରଦ୍ୱାଜ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଭିତିରେ କୋର୍ଟ ଖଡଗେଙ୍କୁ ସମନ କରିଛନ୍ତି । ନିକଟରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ତା’ର ଇସ୍ତାହାରରେ ବଜରଙ୍ଗ ଦଳକୁ ପିଏଫଆଇ ଦଳ ତୁଳନା କରିଥିଲା । ବଜରଙ୍ଗ ଦଳର ନାଁ ନେଇ କଂଗ୍ରେସ ତା’ର ଇସ୍ତାହାରରେ ଉକ୍ତ ସଂଗଠନ ଉପରେ ବ୍ୟାନ୍ ଲଗାଇବାକୁ ଘୋଷଣା କରିଥିଲା ।