ଆସନ୍ତାକାଲିଠୁ ଡିସେମ୍ବର ୪ ତାରିଖ ଯାଏ ଚାଲିବ ମେକ୍ ଇନ ଓଡ଼ିଶା କନକ୍ଲେଭ

ଭୁବନେଶ୍ବର,୨୯/୧୧: ମେକ୍ ଇନ ଓଡ଼ିଶା କନକ୍ଲେଭ ନେଇ ଡିସିପି ପ୍ରତୀକ ସିଂ ବିସ୍ତୃତ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନଭେମ୍ବର ୩୦ ରୁ ୪ ଡିସେମ୍ବର ୪ ତାରିଖ ଯାଏ ଚାଲିବାକୁ ଥିବା ମେକ୍ ଇନ ଓଡ଼ିଶା କନକ୍ଲେଭରେ ଜାପାନ, ନରୱେ, ଜର୍ମାନୀ, ନେପାଳ ଓ ବାଂଲାଦେଶ ଭଳି ଦେଶର ସମ୍ମାନାସ୍ପଦ ବ୍ୟକ୍ତିମାନେ ଯୋଗ ଦେବେ। ଏହାକୁ ଆଖି ଆଗରେ ରଖି ବିମାନ ବନ୍ଦରରୁ ଆରମ୍ଭ କରି ରାସ୍ତା, ହୋଟେଲ, ଜନତା ମଇଦାନ, ପାର୍କିଂ ଓ ଟ୍ରାଫିକ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ହୋଇଛି।
ପୁଲିସ ଫୋର୍ସ ଦୁଇଟି ସିଫ୍ଟରେ ରାଜଧାନୀକୁ ଜଗିବେ। ୧୦ପ୍ଲାଟୁନ ପୁଲିସ ଫୋର୍ସ ଓ ୨୧୩ ପୁଲିସ ଅଧିକାରୀ ଏହି ଦାୟିତ୍ଵରେ ରହିବେ। ଓ ଆର, ଏପିଆରକୁ ନେଇ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି।ସୁରକ୍ଷା ବ୍ୟବସ୍ଥା ଲାଗି ଜଣେ ଏସପି, ୧୨ ଅତିରିକ୍ତ ଡିସିପି ୩ ଜଣ ଇନ୍ସପେକ୍ଟର ୨୧, ଏସ.ଆଇ ଓ ୪୭ ଜଣ ଏ.ଏସ.ଆଇ ମୁତୟନ ହୋଇଛନ୍ତି।