ଆସନ୍ତାକାଲି ମକର ସଂକ୍ରାନ୍ତି, ଗୁଡ଼ି ଉଡାଇ ବେଳେ ମାଞ୍ଜା ସୂତା ବ୍ୟବହାର ନକରିବାକୁ ଅପିଲ

ଭୁବନେଶ୍ୱର, ୧୪/୦୧: ଆସନ୍ତାକାଲି ଓଡ଼ିଆ କ୍ୟାଲେଣ୍ଡର ହିସାବରେ ପବିତ୍ର ମକର ସଂକ୍ରାନ୍ତି । ଆଉ ଏହି ମକର ସଂକ୍ରାନ୍ତିରେ ଗୁଡ଼ି ଉଡାଇବାର ପରମ୍ପରା କାହିଁ କେଉଁ ବେଳରୁ ରହି ଆସିଛି । ଗୁଡ଼ି ଉଡାଇବା ପାଇଁ ମାଞ୍ଜା ସୂତା ବ୍ୟବହାର କରିଥାନ୍ତି ଲୋକେ । ଏହି ସୂତା ଅନେକ ଲୋକଙ୍କ ଜୀବନ ନେଇଥାଏ । ତେଣୁ ଗୁଡ଼ି ଉଡାଇବା ବେଳେ ମାଞ୍ଜା ସୂତା ବ୍ୟବହାର ନକରିବାକୁ ଅପିଲ କରିଛି କମିଶନରେଟ୍ ପୋଲିସ । ଗୁଡ଼ି ଉଡାଇବା ବେଳେ ସତର୍କତା ଅବଲମ୍ବନ କରିବା ସହ ବିପଜ୍ଜନକ ମାଞ୍ଜା ସୂତା ବ୍ୟବହାର ନକରି ସାଧାରଣ ସୂତାରେ ଗୁଡ଼ି ଉଡାଇବାକୁ କମିଶନରେଟ୍ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ମାଞ୍ଜା ସୂତା ବ୍ୟବହାର କରି ଗୁଡ଼ି ଉଡାଇବା ଆଇନତଃ ଦଣ୍ଡନୀୟ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି ।