ଲୋକସଭାରୁ ବହିଷ୍କୃତ ହେଲେ ଟିଏମସି ସାଂସଦ ମହୁଆ ମୋଇତ୍ର

ନୂଆଦିଲ୍ଲୀ,୮/୧୨: ଲୋକସଭାରୁ ବହିଷ୍କୃତ ହେଲେ ଟିଏମସି ସାଂସଦ ମହୁଆ ମୋଇତ୍ର । ସଂସଦର ଏଥିକ୍ସ କମିଟି ରିପୋର୍ଟ ଆଧାରରେ ମହୁଆଙ୍କୁ ବହିଷ୍କୃତ କରାଯାଇଛି । ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏଥିକ୍ସ କମିଟିର ରିପୋର୍ଟର ଦର୍ଶାଯାଇଛି ଯେ, ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗ ବେଶ ଗମ୍ଭୀର । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏଥିକ୍ସ କମିଟି ସୁପାରିଶ କରିଥିଲା । ଏପରିକି ତାଙ୍କ ସାଂସଦ ପଦ ରଦ୍ଦ କରିବାକୁ ସୁପାରିଶ କରିଥିଲା । ଯାହାକୁ ନେଇ ଲୋକସଭାରେ ଚର୍ଚ୍ଚା ହୋଇଥିଲା ।