ସିବିଆଇ ଅଫିସରେ ହାଜର ହେଲେ ମହିମା ମିଶ୍ର

ଭୁବନେଶ୍ୱର,୫/୮ ନୋଟିସ ପରେ ଆଜି ଭୁବନେଶ୍ୱର ସିବିଆଇ ଅଫିସରେ ପୁଣି ହାଜର ହେଲେ ଶିଳ୍ପପତି ମହିମା ମିଶ୍ର । ସେ କହିଛନ୍ତି ଯେ ସିବିଆଇ କାହିଁକି ଡ଼କାଇଛି ଜାଣିନାହାନ୍ତି । ଗତକାଲି କଟକ, ପାରାଦୀପ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି । ସିବିଆଇ ଟିମ୍ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ କଟକ ଓଡ଼ିଆ ବଜାରରେ ଥିବା ଘର, ଅଫିସ, ପାରାଦୀପ ଓ ଭୁବନେଶ୍ୱରରେ ଥିବା ମହିମାନନ୍ଦଙ୍କ ଦୁଇଟି ଘର ଏବଂ ଦୁଇଟି ଅଫିସରେ ଚଢ଼ଉ କରିଛି । ମହିମାନନ୍ଦଙ୍କୁ ପାରାଦୀପରେ ଓ ଓଡ଼ିଆ ବଜାର ଘରେ ବଡ଼ ପୁଅ ଚନ୍ଦନ ମିଶ୍ରଙ୍କୁ ସିବିଆଇ ଟିମ୍ ଦୀର୍ଘ ସମୟ ଜେରା କରିଛି । ଏହି ଘଟଣାରେ ୬୫ ଲକ୍ଷରୁ ଅଧିକ ଟଙ୍କା ସିବିଆଇ ଜବତ କରିଥିବା କୁହାଯାଉଛି । ସୂଚନାଯୋଗ୍ୟ ଯେ ଅନ୍ୟପଟେ ସିବିଆଇ ଟିମ୍‌ ପାରାଦୀପରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିବା କୁହାଯାଉଛି ।