ଭୁବନେଶ୍ୱର,୨୫/୦୨: ମହାଶିବରାତ୍ରୀ ସବୁଠି ଶିବମୟ। ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଲାଣି ଲିଙ୍ଗରାଜ ମନ୍ଦିର, ଲୋକନାଥ ଓ ଧବଳେଶ୍ବରରୁ କପିଳାସ ପୀଠ । ରଙ୍ଗ ବେରଙ୍ଗର ଆଲୋକମାଳା ଓ ଫୁଲରେ ସଜେଇ ହୋଇଛି ଏକାମ୍ର କ୍ଷେତ୍ରର କ୍ଷେତ୍ରାଧିପତି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପ୍ରାଙ୍ଗଣ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଠାରୁ ଆରମ୍ଭ କରି ସଠିକ ସମୟରେ ସମସ୍ତ ନୀତି ସମ୍ପାଦନ ଓ ମହାଦୀପ ଉଠିବା ନେଇ ନୀତିନିର୍ଘଣ୍ଟ ଧାର୍ଯ୍ୟ ହୋଇଛି । ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ସହମତି ହୋଇଛି। ମହାଶିବରାତ୍ରୀରେ କଡ଼ା ସୁରକ୍ଷାବଳୟରେ ରହିବ ଏକାମ୍ରକ୍ଷେତ୍ର। ମୋଟ ୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ, ସୁରକ୍ଷା ଦାୟିତ୍ବରେ ମୁତୟନ ହେବେ ୧୦୦ ଅଧିକାରୀ ।