ପବିତ୍ର ମହାଶିବରାତ୍ରୀ,ସବୁ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଭୁବନେଶ୍ୱର,୧୮/୨: ଆଜି ପବିତ୍ର ଜାଗର ଯାତ୍ରା । ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ରାଜ୍ୟର ସମସ୍ତ ଶୈବପୀଠରେ ଭିଡ଼ ଦେଖିବାକୁ ମିଳିଛି । ରଙ୍ଗବେରଙ୍ଗ ଲାଇଟରେ ଝଲସୁଛି ଲିଙ୍ଗରାଜ ମନ୍ଦିର ପରିସର । ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଓ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଆଳତି ଅବକାଶ ନୀତି ସମ୍ପନ୍ନ ହୋଇଛି । ଭୋର ୪ଟାରୁ ୫ ପର୍ଯ୍ୟନ୍ତ ସେବାୟତ ପରିବାରମାନେ ଠାକୁରଙ୍କ ଦର୍ଶନ କରିଥିଲେ । ଭୋର ୫ରୁ ଆରମ୍ଭ ହୋଇଚି ସାହାଣାମେଳା ଦର୍ଶନ, ଯାହା ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ । ଦିନ ୧୧ଟା ପରେ ମହାପ୍ରଭୁଙ୍କ ଜାଗର ନୀତି ଆରମ୍ଭ ହେବ । ରାତି ୧୦ଟାରେ ମହାଦୀପ ମନ୍ଦିର ଉପରକୁ ଉଠିବା ନେଇ ନୀତି ନିର୍ଘଂଟ ସ୍ଥିର ହୋଇଛି । ସେହିପରି ପୁରୀ ଲୋକନାଥ ମନ୍ଦିର ଓ କଟକ ଧବଳେଶ୍ୱର ପୀଠରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।