ମହାରାଷ୍ଟ୍ରରୁ ଜବତ ହେଲା ନଗଦ ୫୬ କୋଟି ଟଙ୍କା

ନୂଆଦିଲ୍ଲୀ,୧୧/୮: ଟଙ୍କା ଗଣି ଗଣି ହାଲିଆ ହେଲେ ଆୟକର ବିଭାଗ କର୍ମଚାରୀ । ମହାରାଷ୍ଟ୍ରରୁ ଜବତ ହୋଇଛି ନଗଦ ୫୬ କୋଟି ଟଙ୍କା । ଜଲନାରେ ରିୟଲ ଇଷ୍ଟେଟ୍ ବ୍ୟବସାୟୀଙ୍କ ଘରେ ୧୩ ଘଣ୍ଟା ଧରି ଟଙ୍କା ଗଣାଯାଇଥିଲା । ଶେଷରେ ଟଙ୍କା ଗଣିବା ପାଇଁ ମେସିନ୍ ଅଣାଯାଇଥିଲା । କେବଳ ଏତିକି ନୁହେଁ ଆଉ ଯାହା ଜବତ ହୋଇଛି, ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଇଟି ରେଡ୍ ବେଳେ ଜବତ ହୋଇଛି ବିପୁଳ ପରିମାଣ ସୁନା । କେଜିଏ କି ଦୁଇ କେଜି ନୁହେଁ, ପୂରା ୩୨ କେଜିର ସୁନା ଜବତ ହୋଇଛି । ଏହା ସହ ହୀରା ମୋତି ମଧ୍ୟ ଜବତ କରାଯାଇଛି ।