ଥାନେର ଛତ୍ରପତି ଶିବାଜୀ ମହାରାଜ ହସ୍ପିଟାଲରେ ଅଘଟଣ, ୧୮ ରୋଗୀ ମୃତ

ଭୁବନେଶ୍ୱର,୧୪/୦୮: ମହାରାଷ୍ଟ୍ର ଥାନେର ଛତ୍ରପତି ଶିବାଜୀ ମହାରାଜ ହସ୍ପିଟାଲରେ ଅଭାବନିୟ ଘଟଣା ଘଟିଛି । ଦିନକ ଭିତରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୧୮ ଜଣ ରୋଗୀଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଗତ ୧୦ ତାରିଖ ଦିନ ୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଗତକାଲି ସକାଳୁ ପୁଣି ଜଣକ ପରେ ଜଣେ ରୋଗୀ ଆଖି ବୁଜି ଦେଇଥିଲେ । ମୃତକଙ୍କ ମଧ୍ୟରେ ୧୦ ମହିଳା ଓ ୮ ଜଣ ପୁରୁଷ ଥିବା ସୂଚନା ମିଳିଛି । ମୃତ ସମସ୍ତ ରୋଗୀଙ୍କ ବୟସ ୧୨ରୁ ୫୦ ବର୍ଷ ଭିତରେ ବୋଲି ଜଣାପଡିଛି । ସେପଟେ ମୁଖ୍ୟମନ୍ତ୍ରୀ ପୁରା ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର କମିଟ ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି ।