ଚାଷୀଙ୍କୁ ବାର୍ଷିକ ୬ହଜାର ମିଳିବା ସହ ମହିଳାଙ୍କ ପାଇଁ ଅଧା ହେବ ବସ ଭଡ଼ା

ମୁମ୍ବାଇ,୯/୩: ଚାଷୀଙ୍କୁ ବାର୍ଷିକ ୬ହଜାର ମିଳିବା ସହ ମହିଳାଙ୍କ ପାଇଁ ଅଧା ହେବ ବସ ଭଡ଼ା। ବାର୍ଷିକ ବଜେଟରେ ଏପରି ଘୋଷଣା କରିଛନ୍ତି ସିନ୍ଦେ ସରକାର। ମହାରାଷ୍ଟ୍ର ସରକାରରେ ଅର୍ଥମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଗୁରୁବାର ବିଧାନସଭାରେ ରାଜ୍ୟର ବାର୍ଷିକ ବଜେଟ୍ ୨୦୨୩-୨୪ ଉପସ୍ଥାପନ କରିଛନ୍ତି। ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଏମଭିଏ ସରକାରକୁ କ୍ଷମତାରୁ ହଟାଇ ସିନ୍ଦେ ସରକାର କ୍ଷମତାକୁ ଆସିବାର ୮ମାସ ପରେ ଏହା ସିନ୍ଦେ-ବିଜେପି ସରକାରଙ୍କ ପ୍ରଥମ ବଜେଟ୍। ଏହି ବଜେଟରେ ସରକାର ଅନେକ ବଡ ଘୋଷଣା କରିଛନ୍ତି। ବଜେଟରେ କୃଷକ, ମହିଳା, ଆଦିବାସୀ ଏବଂ ଓବିସି, ଭିତ୍ତିଭୂମି ବିକାଶ, ରୋଜଗାର ସୃଷ୍ଟି ଏବଂ ପରିବେଶ ବିକାଶ ଉପରେ ବିଶେଷ ଧ୍ୟାନ ଦିଆଯାଇଛି।