ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ, ଚାଲିଛି ଭୋଟ ଗଣତି

ନୂଆଦିଲ୍ଲୀ,୨୩/୧୧: ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଧାରା ଅନୁଯାୟୀ ମହାରାଷ୍ଟ୍ର ବିଧାନସଭାର ୨୮୮ ଏବଂ ଝାଡଖଣ୍ଡରେ ୮୧ ବିଧାନସଭା ଆସନ ପାଇଁ ବିଜେପି ନେତୃତ୍ବାଧୀନ ଏନଡିଏ ଏବଂ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଜାରି ରହିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଭୋଟ୍ ଗଣତିର ପ୍ରାରମ୍ଭିକ ଧାରା ଅନୁଯାୟୀ, ରାଜ୍ୟରେ ୧୧୦ ଆସନରେ ଏନଡିଏ ଆଗରେ ରହିଛି। ଏଥି ସହିତ କଂଗ୍ରେସ ମିଳିତ ମଞ୍ଚ ୮୫ଟି ଆସନରେ ଆଗୁଆ ରହିଛି। ସେହିପରି ଝାଡଖଣ୍ଡ ବିଧାନସଭା ନିର୍ବାଚନର ଭୋଟ୍ ଗଣତିର ପ୍ରାରମ୍ଭିକ ଧାରା ଅନୁସାରେ ରାଜ୍ୟରେ ଏକ କଡ଼ା ଟକ୍କର ଦେଖିବାକୁ ମିଳୁଛି। ରାଜ୍ୟରେ ୩୫ ଆସନରେ ବିଜେପି ମିଳିତ ମଞ୍ଚ ଆଗରେ ରହିଛି। ଜେଏମ୍ଏମ୍ ମିଳିତ ମଞ୍ଚ ୨୯ ଆସନରେ ଏବଂ ଅନ୍ୟମାନେ ୭ଟି ଆସନରେ ଆଗୁଆ ରହିଛନ୍ତି।ଅପରପକ୍ଷରେ ୧୫ ରାଜ୍ୟରେ ୪୮ ବିଧାନସଭା ଆସନ ଏବଂ ୨