ମହାରାଷ୍ଟ୍ର ଥାନେରେ ଖସିଗଲା କ୍ରେନ, ୧୬ମୃତ

ନୂଆଦିଲ୍ଲୀ,୧/୮: ମହାରାଷ୍ଟ୍ରର ଥାନେରେ ବଡ଼ ଦୁର୍ଘଟଣା ଘଟିଛି । କ୍ରେନ୍ ଖସି ପଡ଼ିବାରୁ ୧୬ ଜଣ ଶ୍ରମିକଙ୍କ ମୃତ୍ୟୟୁ ଘଟିଛି । ତିନିଜଣ ଗୁରୁତର ଥିବା ସୂଚନା ମିଳିଛି । କ୍ରେନ୍ ତଳେ ଆଉ କିଛି ଲୋକ ଫସିରହିଥିବା ଜଣାପଡିଛି । ଥାନେ ଜିଲ୍ଲା ଶାହାପୁର ଠାରେ କାମ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି । ସମୃଦ୍ଧି ଏକ୍ସପ୍ରେସ ହାଇୱେ’ ନିର୍ମାଣ କାମରେ ନିୟୋଜିତ ଥିଲା ଏହି କ୍ରେନ୍ । କ୍ରେନ୍ ତଳେ ଆଉ କିଛି ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଏନଡିଆରଏଫର ଦୁଇଟି ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।