ଜ୍ବରରୁ ସୁସ୍ଥ ହେଲେ ମହାପ୍ରଭୁ

ପୁରୀ,୧୫/୦୬: ଆଉ ମାତ୍ର ୪ ଦିନ ପରେ ଶ୍ରୀକ୍ଷେତ୍ରରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆୟୋଜନ ହେବ। ଏହାରି ଭିତରେ ମହାପ୍ରଭୁ ଜ୍ବରରୁ ସୁସ୍ଥ ହୋଇସାରିଛନ୍ତି। ଶ୍ରୀଜିଉଙ୍କ ଅନବସରରେ ସମୟରେ ନିୟୋଜିତ ଥିବା ଦଇତାପତିମାନେ ଏନେଇ ଗଜପତିଙ୍କୁ ଜଣାଇଛନ୍ତି। ଶ୍ରୀଜିଉଙ୍କ ସୁସ୍ଥତା ସମ୍ପର୍କରେ ସୂଚନା ପାଇଁ ଆଜି ଶ୍ରୀନଅରକୁ ରାଜପ୍ରସାଦ ବିଜେ କରିଛି। ଏହି ଅବସରରେ ଦଇତାପତିଙ୍କ ସହ ଗଜପତି ମହାରାଜା ଘୋଷଯାତ୍ରା ସମ୍ପର୍କରେ ଆଲୋଚନା କରିଛନ୍ତି। ମହାପ୍ରଭୁ ସୁସ୍ଥ ଅଛନ୍ତି, ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରନ୍ତୁ ବୋଲି ଗଜପତିଙ୍କୁ ଦଇତାପତିମାନେ ନିବେଦନ କରିଛନ୍ତି।