ରଥକୁ ଝୁଲି ଝୁଲି ଆସୁଛି କାଳିଆ ସାଆନ୍ତେ

ଭୁବନେଶ୍ୱର,୨୮/୦୬: ଆଜି ପବିତ୍ର ବାହୁଡ଼ା ଯାତ୍ରା । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଗୁଣ୍ଡିଚା ମନ୍ଦିରରୁ ରଥାରୁଢ଼ ପାଇଁ ଅଣାଯିବା ପରେ ଭଉଣୀ ସୁଭଦ୍ରାଙ୍କୁ ଧାଡ଼ି ପହଣ୍ଡିରେ ରଥାରୁଢ କରାଯାଇଛି । ଭାଇ ଭଉଣୀଙ୍କ ପହଣ୍ଡି ବିଜେ ପରେ ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି । ତେବେ ପୁରୀରେ ମହାପ୍ରଭୁଙ୍କୁ ଦେଖିବା ପାଇଁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।