ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣା, ମିଳିଲାନି ଜାମିନ

ଭୁବନେଶ୍ୱର, ୧୭/୨: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଗିରଫ ୬ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଜାମିନ୍ ମିଳିଲାନି । ୬ଅଭିଯୁକ୍ତଙ୍କୁ ମାହାଙ୍ଗା ଥାନା ପୋଲିସ ଗିରଫ କରିଥିଲା । କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା କରାଯାଇଥିଲା । ୨୦୨୧ ଜାନୁଆରୀ ୨ରେ ହତ୍ୟା କରାଯାଇଥିଲା ।

ତେବେ, ପୂର୍ବରୁ ତଦନ୍ତକାରୀ ଅଧିକାରୀ ଆବେଦନରେ ଦର୍ଶାଇଥିଲେ, ଭିକାରି ଓ କ୍ଷିତିଶଙ୍କ ସହିତ ବାପି ବିଶ୍ବାଳଙ୍କ ଫୋନରେ କଥାବର୍ତ୍ତା ସଂପର୍କରେ ତଥ୍ୟ ମିଳିଛି । ଏଥିସହିତ ଭିକାରି ଓ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ ବ୍ୟବହାର କରୁଥିବା ଫୋନ୍‌ରେ କଲ୍ ହୋଇଥିଲା।