ଅଣମୌସୁମୀ ଋତୁରେ ପାଣି ଛାଡ଼ିବାକୁ ନେଇ ଟ୍ରିବ୍ୟୁନାଲରେ ଶୁଣାଣି

ଭୁବନେଶ୍ୱର,୬/୨: ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲା ରେ ଅଣମୌସୁମୀ ଋତୁରେ ପାଣି ଛାଡ଼ିବାକୁ ନେଇ ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି। କିନ୍ତୁ ୦.୪ ନିୟୁତ ଫୁଟ୍‌ ଜଳ ଛାଡ଼ିବାକୁ ଛତିଶଗଡ଼  ପ୍ରସ୍ତାବ ଦେଇଥିବା ବେଳେ ୧.୫ ନିୟୁତ ଏକର ଫୁଟ୍‌ ଜଳ ଛାଡ଼ିବାକୁ ଓଡ଼ିଶାର ପ୍ରସ୍ତାବ ଥିଲା।ଏହି ପ୍ରସ୍ତାବର ଜବାବ ଦେବାକୁ ସମୟ ମାଗିଛି ଛତିଶଗଡ଼। ତେଣୁ ଛତିଶଗଡ଼କୁ ୩ ସପ୍ତାହ ସମୟ ଦେଇଛି ମହାନଦୀ ଟ୍ରିବ୍ୟୁନାଲ।  ମହାନଦୀ ଟ୍ରିବ୍ୟୁନାଲରେ ମାର୍ଚ ୧୩ରେ ହେବ ପରବର୍ତ୍ତୀ ଶୁଣାଣି ବୋଲି ସୂଚନା ମିଳିଛି।