ମହାନଦୀରେ ବୁଡ଼ି ଗଲେ କଲେଜ ଛାତ୍ର

କଟକ, ୨୯/୩: କଟକ ସ୍ଥିତ ନରାଜ ନିକଟରେ ମହାନଦୀରେ ବୁଡ଼ି କଲେଜ ଛାତ୍ର ନିଖୋଜ ଅଛନ୍ତି। ନରାଜ ଆଇବି ନିକଟରେ ଗାଧୋଇବା ବେଳେ ନିଖୋଜ ହୋଇଥିବା ସୂଚନା ମିଳିଛି। ସହରର ଏକ ଘରୋଇ କଲେଜର ୪ ଛାତ୍ର ଗାଧୋଇବା ବେଳେ ବୁଡ଼ି ଯାଇଛନ୍ତି। ୩ ଜଣ ଛାତ୍ର ଉଦ୍ଧାର ହୋଇଥିବା ବେଳେ ଆଉ ଜଣେ ଛାତ୍ର ନିଖୋଜ ହୋଇଛନ୍ତି। ନିଖୋଜ ଛାତ୍ରଙ୍କୁ ଖୋଜୁଛି NDRF ଓ ଅଗ୍ନିଶମ ବାହିନୀ । ମହାନଦୀରେ ନିଖୋଜ କଲେଜ ଛାତ୍ର ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି।