ମହାନଦୀ ସମେତ ୪ ନଦୀରେ ବଢୁଛି ଜଳସ୍ତର

ଭୁବନେଶ୍ୱର,୧୬/୮: ରାଜ୍ୟରେ ଲଗାଣ ବର୍ଷ ଯୋଗୁ ମହାନଦୀ ସମେତ ୪ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ଅନ୍ୟପଟେ ନରାଜରେ ବିପଦ ସଙ୍କେତ ଉପରେ ମହାନଦୀ ଜଳ ପ୍ରବାହିତ ହେଉଛି । ନରାଜରେ ବିପଦ ସଙ୍କେତ ୨୬.୪୧ ମିଟର, ଜଳସ୍ତର ୨୭.୧୫ ମି ରହିଛି । ସେହିପରି ଆଳିପିଙ୍ଗଳରେ ଦେବୀ ନଦୀର ଜଳସ୍ତର ବୃଦ୍ଧି ପାଉଛି । ନିମାପଡାରେ କୁଶଭଦ୍ରା ନଦୀର ଜଳସ୍ତର ବଢୁଛି । ଆଖୁଆପଦାରେ ବିପଦ ସଙ୍କେତ ଉପରେ ବୈତରଣୀ ନଦୀର ଜଳସ୍ତର ରହିଛି । ଆଖୁଆପଦାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଛି । ବର୍ତ୍ତମାନ ଜଳସ୍ତର ୧୮.୩୦ ମିଟର ରହିଛି । ସେପଟେ, ମୁଣ୍ଡଳିରେ ବିପଦ ସଙ୍କେତ ଟପିଲା ମହାନଦୀ ଜଳସ୍ତର । ବିପଦ ସଙ୍କେତ ୯୭.୨୭ ଫୁଟ ଥିବା ବେଳେ ଜଳସ୍ତର ୯୭.୩୦ ଫୁଟ ରହିଛି । ମୁଣ୍ଡଳିରେ ୧୧ଲକ୍ଷ ୬୦ହଜାର ୯୦୦ କ୍ୟୁସେକ ଜଳ ପ୍ରବାହିତ ହେଉଛି ।