ମହାକୁମ୍ଭ ମେଳାରେ ଦଳଚକଟା ଘଟଣା: ଯାନବାହନ ପ୍ରବେଶ ଉପରେ କଟକଣା, ସବୁ ଭିଆଇପିଙ୍କ ପାସ ବାତିଲ

ନୂଆଦିଲ୍ଲୀ,୩୦/୦୧: ମହାକୁମ୍ଭ ମେଳାରେ ଦଳଚକଟା ହୋଇ ୩୦ ଜଣଙ୍କ ମୃତ୍ୟୁ ପରେ ଚେତିଛି ପ୍ରଶାସନ। ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଉତ୍ତରପ୍ରଦେଶ ଡିଜିପି ଆଜି ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଯେପରି ଶ୍ରଦ୍ଧାଳୁଙ୍କର କୌଣସି ଅସୁବିଧା ନହୁଏ ସେଥିପାଇଁ ସୁରକ୍ଷା ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ସବୁ ଭିଆଇପିଙ୍କ ପାସ ବାତିଲ କରାଯାଇଛି।
ମହାକୁମ୍ଭ ମେଳାରେ ଯାନବାହାନ ପ୍ରବେଶ ଉପରେ ରୋକ ଲଗାଯାଇଟିଥିବା ବେଳେ ଶ୍ରଦ୍ଧାଳୁଙ୍କ ଯାତାୟତ ପାଇଁ ୱାନ-ୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ପ୍ରୟାଗରାଜ ସହରରେ ୪ ଚକିଆ ଗାଡି ପ୍ରବେଶ ବାତିଲ କରାଯାଇଥିବା ନେଇ ମହାକୁମ୍ଭ ଡିଆଇଜି ବୈଭବ କ୍ରିଷ୍ଣା ସୂଚନା ଦେଇଛନ୍ତି। ତେବେ ଏହି ଅଘଟଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହଛନ୍ତି ୟୁପି ଉପମୁଖ୍ୟମନ୍ତ୍ରୀ।ମଙ୍ଗଳବାର ବିଳମ୍ବିତ ରାତିରେ ହୋଇଥିବା ଦଳାଚକଟାରେ ଏବେବି ୬୦ରୁ ଅଧିକ ଆହତ ଚିକିତ୍ସିତ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨୫ ଲକ୍ଷର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *