ଉଠିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ, ହର ହର ମହାଦେବରେ ପ୍ରକମ୍ପିତ ହୋଇ ଉଠିଲା ମନ୍ଦିର ଚତୁଃପାର୍ଶ୍ଵ

ଭୁବନେଶ୍ୱର,୦୮/୦୩: ଆଜି ପବିତ୍ର ମହାଶିବରାତ୍ରି।ଏକାମ୍ରକ୍ଷେତ୍ର ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଚାରିପାର୍ଶ୍ଵରେ ମନ୍ତ୍ରରେ କଂପିଛି। ମନ୍ଦିର ବେଢ଼ାରେ ଓ ବାହାରେ ହଜାର ହଜାର ଶ୍ରଦ୍ଧାଳୁ ଉଜାଗର ରହି ଜାଗର ଜାଳିଛନ୍ତି।  ମହାଦୀପ ଉଠିବାକୁ ସମସ୍ତେ ଏକଲୟରେ ଅନେଇ ରହିଥିଲେ। ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି ସାଙ୍ଗକୁ ହରହର ମହାଦେବ ଡାକରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇ ଉଠୁଥିଲା। ଶେଷରେ ବହୁ ପ୍ରତୀକ୍ଷାର ଅନ୍ତ ଘଟି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ରାତି ୧୦ଟା ୧୦ରେ ଉଠିଛି। ହଜାର ହଜାର ଶ୍ରଦ୍ଧାଳୁ ମହାଦୀପକୁ ଦର୍ଶନ କରିଛନ୍ତି। ଏଥି ସହିତ ବ୍ରତଧାରୀମାନେ ଜାଗର ବ୍ରତ ଭାଙ୍ଗିଛନ୍ତି।