ମଧୁବାବୁ ପେନସନ ଯୋଜନାର ସହାୟତା ରାଶି ୫୦୦ ଟଙ୍କା ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ,୧୦/୦୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ମୁତାବକ ଏବେ ମଧୁବାବୁ ପେନସନ ଯୋଜନାର ସହାୟତା ରାଶି ୫୦୦ ଟଙ୍କା ବୃଦ୍ଧି କରାଯାଇଛି । ଅର୍ଥାତ ମଧୁବାବୁ ପେନସନ୍ ଯୋଜନାରେ ଏବେ ହିତାଧିକାରୀ ସର୍ବନିମ୍ନ ୧ ହଜାର ଟଙ୍କା ମାସିକ ପାଇବେ । ଏହାସହ ଫେବୃଆରୀ ୨୦-୨୫ ତାରିଖ ମଧ୍ୟରେ ହିତାଧିକାରୀମାନେ ବର୍ଦ୍ଧିତ ପେନସନ ପାଇବେ । ଏନେଇ ରାଜ୍ୟ ସରକାର ୩୬୮୩ କୋଟି ଟଙ୍କା ଖର୍ଚ୍ଚ କରିବେ ।ପୂର୍ବରୁ ଏହି ଯୋଜନାରେ ହିତାଧିକାରୀମାନେ ଯଥାକ୍ରମେ ଟ ୫୦୦, ଟ ୭୦୦ ଓ ଟ ୯୦୦ ପାଉଥିଲେ । ବର୍ଦ୍ଧିତ ପେନସନ ଅନୁଯାୟୀ ସେମାନେ ଏବେ ଯଥାକ୍ରମେ ଟ ୧୦୦୦, ଟ ୧୨୦୦ ଓ ଟ ୧୪୦୦ ପାଇବେ। ଏହି ବର୍ଦ୍ଧିତ ପେନସନ ପାଇଁ ରାଜ୍ୟ ସରକାର ବାର୍ଷିକ ୩୬୮୩ କୋଟି ଟଙ୍କା ଖର୍ଚ୍ଚ କରିବେ।