ମହାଳୟରେ ମା ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ

ଭୁବନେଶ୍ୱର,୧୪/୧୦:ଆଜି ପବିତ୍ର ମହାଳୟା । ଆଜିର ଦିନରେ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ହୋଇଛି । ପବିତ୍ର ମହାଳୟା ଅବସରରେ ମା’ ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଆଜି ମହାଳୟା ଥିବାରୁ ବିଶେଷ ପୂଜାର୍ଚନା କରାଯିବା ସହ ଧବଳମୁଖୀ ବେଶ କରାଯାଇଛି । ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ଗଙ୍ଗା, ଗୟାରେ ସ୍ନାନ କରିବାର ନୀତି ନିୟମ ରହିଛି । ତେବେ ଯେଉଁମାନେ ଗଙ୍ଗା, ଗୟା ଯାଇପାରିନାହାନ୍ତି, ସେମାନେ ପିତୃପୁରୁଷ ପିଣ୍ଡଦାନ ପରେ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ କରିଥାନ୍ତି । ମାଙ୍କ ଏହି ବେଶକୁ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି । ଅନ୍ୟପରେ ଶ୍ରୀମନ୍ଦିରରେ ମଧ୍ୟ ଭକ୍ତଙ୍କ ପ୍ରବାଦ ଭିଡ଼ ଦେଖା ହୋଇଛି । ଏଠି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।