ଭବାନୀପାଟଣାର ମା ମାଣିକେଶ୍ୱରୀ ପୀଠରେ ନବାନ୍ନ ଭୋଗ ଲାଗି

ଭୁବନେଶ୍ୱର,୧୩/୦୯: ଭବାନୀପାଟଣାର ମା ମାଣିକେଶ୍ୱରୀ ପୀଠରେ ନବାନ୍ନ ଭୋଗ ଲାଗି ହୋଇଛି। ସର୍ବସାଧାରଣଙ୍କ ନିମନ୍ତେ ସକାଳ ୧୦ଟା ୩୦ ରୁ ଅପରାହ୍ନ ୧୨ଟା ୩୬ମିନିଟ ମଧ୍ୟେ ନବାନ୍ନ ଭକ୍ଷଣ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। କଳାହାଣ୍ଡିବାସୀ କିଛି ଅଞ୍ଚଳରେ ନୂଆ ଖାଇ ସାରିଥିବା ବେଳେ ଏଥିପାଇଁ ଗଡ଼ଜାତ ଅଞ୍ଚଳରେ ନୂଆଖାଇ ପାଇଁ ପ୍ରସ୍ତୁତି ହୋଇଛି। କୃଷି ସହ ଜଡ଼ିତ ଥିବାରୁ ଚାଷୀ ମଧ୍ୟ ବେଶ ଉତ୍ସାହିତ। ଚାଷୀଟିଏ ଏହି ଦିନ ନିଜ ଜମିରେ ପୂଜା କରିବା ପରମ୍ପରା ରହିଛି। ପିଲାଠୁ ବୟସ୍କ ସମସ୍ତେ ନୂଆ ପୋଷାକ କିଣିବାରେ ଲାଗିଛନ୍ତି। ଏଥିପାଇଁ ଭବାନୀପାଟଣା ସହରର କପଡ଼ା ଦେକାନମାନଙ୍କରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, କଳାହାଣ୍ଡିରେ ପାଞ୍ଚଟି ପର୍ଯ୍ୟାୟରେ ନୂଆଖାଇ ପାଳନ ହେଉଥିବା ବେଳେ ଧର୍ମଗଡ଼ ଉପଖଣ୍ଡ ଆଞ୍ଚଳ ସମେତ ଜିଲ୍ଲାର ପ୍ରାୟ ସ୍ଥାନରେ ପଞ୍ଚମୀ ତିଥିରେ ପର୍ବ ପାଳନ ହେଇସାରିଛି ।

Leave a Reply

Your email address will not be published. Required fields are marked *