ଆଜି ମା’ଙ୍କ ଭସାଣି, ଟ୍ୱିନସିଟିରେ ବ୍ୟାପକ ବନ୍ଦୋବସ୍ତ

ଭୁବନେଶ୍ୱର୨୫/୧୦: ଆଜି ମା’ ଙ୍କ ଭସାଣି । ଏନେଇ ଟ୍ୱିନସିଟିରେ ବ୍ୟାପକ ବନ୍ଦୋବସ୍ତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଗାଡ଼ି ଚାଳକଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛି କମିଶନରେଟ୍ ପୁଲିସ୍ । ଜାରି ହୋଇଥିବା ଗାଇଡଲାଇନ ଅନୁସାରେ, ଆଜି ଅପରାହ୍ନ ୩ଟାରୁ ଭସାଣ ଯାତ୍ରା ଆରମ୍ଭ ହେବ । ଏଥିପାଇଁ ରାତି ଗୋଟିଏ କିମ୍ବା ଭସାଣି ସରିବା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ କଟକଣା ଲାଗିବ ।ସହିଦ ନଗର ଭସାଣ ବେଳେ ବାଣୀବିହାର ରୁପାଲି ଛକ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ ବାରଣ କରାଯାଇଛି ।