ଦିଲ୍ଲୀରେ ବଢ଼ିପାରେ ଲକଡାଉନ ଅବଧି!

ନୂଆଦିଲ୍ଲୀ, ୨୫/୪: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ଅଣଆୟତ ହେବାରେ ଲାଗିଛି। ଏହାରିମଧ୍ୟରେ ଦିଲ୍ଲୀରେ  ଲକଡାଉନ ଅବଧି ବଢିବାର ଆଶଙ୍କା ରହିଛି। କାରଣ ଏବେବି ସେଠାରେ ସଂକ୍ରମଣ ଅଧିକ ମାତ୍ରାରେ ବଢି ଚାଲିଛି।

ଉଲ୍ଲେଖଯୋଗ୍ୟ ଯେ  ଏପ୍ରିଲ ୧୯ ରୁ  ଦିଲ୍ଲୀରେ ଲକଡାଉନ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଉପରାଜ୍ୟପାଳଙ୍କ  ସହ ଆଲୋଚନା ପରେ ଏଭଳି ସେ ନିଷ୍ପତି ନେଇଥିଲେ। ଏପ୍ରିଲ ୧୯ ରାତି ୧୦ରୁ ଆସନ୍ତା ୨୬ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଥିଲା।