ଏହି ରାଜ୍ୟରେ ୬୦ ଘଣ୍ଟିଆ ଲକ୍‌ଡାଉନ୍ ଘୋଷଣା କଲେ ସରକାର

ମହାରାଷ୍ଟ୍ର, ୮/୪: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗୁଛି। ତେଣୁ ଏହାକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ଏହାରିମଧ୍ୟରେ ମଧ୍ୟପ୍ରଦେଶରେ ୬୦ ଘଣ୍ଟିଆ ଲକ୍‌ଡାଉନ୍ ଘୋଷଣା କରିିିଛନ୍ତି ସରକାର । ସମସ୍ତ ସହରାଞ୍ଚଳରେ ୬୦ ଘଣ୍ଟିଆ ଲକ୍‌ଡାଉନ୍ ଘୋଷଣା କରାଯାଇଛି । ଶୁକ୍ରବାର ସନ୍ଧ୍ୟା ୬ରୁ ସୋମବାର ସକାଳ ୬ଟା ଯାଏ  ଏହି କଟକଣା ଲାଗୁ ହେବ।