ରାଜ୍ୟରେ ଜୁନ୍ ୧୭ ତାରିଖ ଯାଏ ତାଲା ବନ୍ଦ

ଭୁବନେଶ୍ୱର, ୩୦/୫: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି। ତେଣୁ ସବୁ ସ୍ଥିତି କୁ ଦୃଷ୍ଟିରେ ରଖି ରାଜ୍ୟରେ ପୁଣି ବଢ଼ିଛି ଲକ୍‌ଡାଉନ୍ । ଜୁନ୍ ୧୭ ତାରିଖ ଯାଏ ତାଲା ବନ୍ଦ ରହିବ । କିନ୍ତୁ ୩ଟି ଜିଲ୍ଲାରେ ଲକ୍‌ଡାଉନ୍ କୋହଳ । ନୂଆପଡ଼ା, ସୁନ୍ଦରଗଡ଼ ଓ ଗଜପତିରେ ୭ଟାରୁ ଅପରାହ୍‌ଣ ଗୋଟାଏ ଯାଏ ଖୋଲିବ ଅତ୍ୟାବଶ୍ୟକୀୟ ଦୋକାନ । ଏହି ୩ ଜିଲ୍ଲାରେ ସଂକ୍ରମଣ ବଢ଼ିଲେ କଟକଣା କୋହଳ ହଟାଇ ଦିଆଯିବ । ସୂଚନା ଯୋଗ୍ୟ ଯେ ଜୁନ୍ ୧ ତାରିଖ ସକାଳେ ଶେଷ ହେବାକୁ ଥିଲା ଲକ୍‌ଡାଉନ୍। ସପ୍ତାହାନ୍ତ ସଟ୍‌ଡାଉନ କଟକଣା ପୂର୍ବପରି ଜାରି ରହିବ । ବାହାଘର, ବ୍ରତଘର ଆଦିରେ ପୂର୍ବପରି କଟକଣା ଜାରି ରହିବ ।  ଏନେଇ ସୂଚନା ଦେଇଛନ୍ତି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।