ବିହାରରେ ମେ ୨୫ ଯାଏ ବଢ଼ିଲା ଲକ୍‌ଡାଉନ୍ ଅବଧି

ବିହାର,୧୩/୫: ଦେଶରେ ଏବେ ଅଣଆୟତ ସ୍ଥିତିରେ ରହିଛି କରୋନା। ତେଣୁ ସବୁ ରାଜ୍ୟରେ କରୋନା ଚେନ ଭାଙ୍ଗିବା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରିମଧ୍ୟରେ ବିହାରରେ ମେ ୨୫ ଯାଏ ଲକ୍‌ଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି। ସବୁ ସ୍ଥିତି କୁ ଦୃଷ୍ଟି ରେ ରଖି ବିହାର ସରକାର ଏହିପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସୂଚନା ଯୋଗ୍ୟ ଯେ  ପୂର୍ବରୁ ମେ ୧୫ ଯାଏ ଲକ୍‌ଡାଉନ ଜାରି ହୋଇଥିଲା।