ଅପରାହ୍ନ ୨ଟା ୩୦ରେ ଲକଡାଉନକୁ ନେଇ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୧୫/୭: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲକଡା ଉନ କରାଯାଇଥିଲା। ଯାହାର ଅବଧି ଆଜି ଶେଷ ହେବାକୁ ଯାଉଛି। ତେଣୁ ଆଜି ଅପରାହ୍ନ ୨ଟା ୩୦ରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରିବେ। ସେହି ସମ୍ମିଳନୀରେ ରାଜ୍ୟରେ କୋଭିଡ୍‌ ସ୍ଥିତି ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିବେ ବୋଲି ସୂଚନା ରହିଛି। ରାଜ୍ୟରେ ଚାଲିଥିବା ଆଂଶିକ ଲକ୍‌ଡାଉନ ଓ ଅନଲକ୍‌ ସମ୍ପର୍କରେ  ନିଷ୍ପତ୍ତି ହୋଇପାରେ।