ରାଜ୍ୟରେ ଜୁଲାଇ ୧୬ ଯାଏ ବଳବତ୍ତର ରହିବ ଆଂଶିକ ଲକ୍‌ଡାଉନ

ଭୁବନେଶ୍ୱର, ୩୦/୬: ରାଜ୍ୟ ସରକାର କୋଭିଡ ସଂକ୍ରମଣ ଓ ସମ୍ପୂର୍ଣ୍ଣ ସ୍ଥିତି ଦେଖି  ଜୁଲାଇ ମାସ ପାଇଁ  ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି।ଜୁଲାଇ ୧୬ ଯାଏ ଆଂଶିକ ଲକ୍‌ଡାଉନ ବଳବତ୍ତର ରଖିଛନ୍ତି ସରକାର।ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଜାରି ରହିବ।

ରାଜ୍ୟରେ ଲକ୍‌ଡାଉନ କୋହଳ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଘୋଷଣା କରି କହିଛନ୍ତି ଯେ କ୍ୟାଟେଗୋରି-A ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏ କଟକଣା କୋହଳ ରହିବ।୨୦ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏ ସବୁ ଦୋକାନ ଖୋଲିବ। ବସ୍‌ ପରିବହନ ସେବାକୁ ଅନୁମତି ମିଳିଥିବା ବେଳେ ସେଲୁନ ମଧ୍ୟ ଖୋଲିବ।

କିନ୍ତୁ ସାରା ରାଜ୍ୟରେ ସପିଙ୍ଗ ମଲ୍‌ ଓ ବିୟୁଟି ପାର୍ଲର, ସ୍ପା,  ସବୁ ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ, ସିନେମା ହଲ୍‌, ଅପେରା, ରାଜନୈତିକ ସମାବେଶ ପୂର୍ବଭଳି ବନ୍ଦ ରହିବ।

ସେହିପରି ୫%ରୁ ଅଧିକ ସଂକ୍ରମଣ ଥିବା କ୍ୟାଟେଗୋରି-B ୧୦ ଜିଲ୍ଲାରେ କଟକଣା ବଳବତ୍ତର ରହିବ।  ୧୦ ଜିଲ୍ଲା ଗୁଡିକ ହେଉଛି ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ।

୧୦ ଜିଲ୍ଲାରେ ସବୁ ଦୋକାନ ସକାଳ ୬ରୁ ଦିନ ୨ଟା ଯାଏ ଖୋଲିବ।  କମ୍‌ ସଂକ୍ରମିତ ୨୦ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ ହଟେଇ ଦିଆଯାଇଛି। A କ୍ୟାଟେଗୋରିର ୨୦ ଜିଲ୍ଲାରେ ଖୋଲି ପାରିବ ସାପ୍ତାହିକ ହାଟ ।