ହରିଆଣାରେ ଲକଡାଉନ ଅବଧି ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ, ୧୬/୫: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାରିମଧ୍ୟରେ ହରିଆଣାରେ ମଧ୍ୟ ଲକଡାଉନ ଅବଧି ବୃଦ୍ଧି କରାଯାଇଛି। ହରିଆଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର ରାଜ୍ୟରେ ମେ ୨୪ ତାରିଖ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରିଥିବା ନେଇ ସୂଚନା ରହିଛି । ସେ କହିଛନ୍ତି କି ଲୋକମାନେ ଲକଡାଉନ ଅବଧିକୁ ବୃଦ୍ଧି କରିବା ନେଇ ଦାବି କରିବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ସୂଚନା ଯୋଗ୍ୟ ଯେ ସେଠାରେ କଁ ରୋନା ସ୍ଥିତି ଅସମ୍ଭାଳ ହେବାରୁ ମେ ୩ ତାରିଖରେ ଲକଡାଉନ ଘୋଷଣା କରିଥିଲେ ସରକାର। ଏହାପରେ ମେ ୧୭ ତାରିଖ ପର୍ଯ୍ୟନ୍ତ ଲକଡାଉନକୁ ବୃଦ୍ଧି କରାଯାଇଥିଲା । ସ୍ଥିତିର କିଛି ସୁଧାର ନଆସିବାରୁ ପୁଣି ଏହାକୁ ମେ ୨୪ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିବା ସୂଚନା ରହିଛି ।