ପଶ୍ଚିମବଙ୍ଗରେ ଆଜିଠାରୁ ୧୪ ଦିନିଆ ଲକଡାଉନ ଜାରି

ନୂଆଦିଲ୍ଲୀ, ୧୬/୫: ଦେଶରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଲକଡାଉନ ଓ ସଟଡାଉନ ଓ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ କରୋନା ଚେନ ଭାଙ୍ଗିବା ପାଇଁ ପ୍ରୟାସ ଜାରି ରହିଛି। ଏହାରି ମଧ୍ୟରେ ପଶ୍ଚିମବଙ୍ଗରେ ଆଜିଠାରୁ ୧୪ ଦିନିଆ ଲକଡାଉନ ଜାରି କରାଯାଇଛି। ଏହି ଲକଡାଉନ ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ। ସକାଳ ୭ରୁ ୧୦ଯାଏଁ  ଜରୁରୀ ସାମଗ୍ରୀ କିଣିବା ପାଇଁ କଟକଣା ନାହିଁ।