ଆସନ୍ତାକାଲିଠୁ ତେଲଙ୍ଗାନାରେ ୧୦ ଦିନିଆ ଲକ୍‌ଡାଉନ୍

ନୂଆଦିଲ୍ଲୀ, ୧୧/୫: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର  ପଦକ୍ଷେପ ଗ୍ରହଣ କରାଯାଇଛି। ତେଣୁ ଆସନ୍ତାକାଲିଠୁ ତେଲଙ୍ଗାନାରେ ୧୦ ଦିନିଆ ଲକ୍‌ଡାଉନ୍ ଘୋଷଣା କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଏହିପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସକାଳ ୬ଟାରୁ ୧୦ଟା ମଧ୍ୟରେ କଟକଣା କୋହଳ ସହିତ ଜରୁରୀ ସେବାକୁ ଅନୁମତି ମିଳିିିଛି।