ଆଉ ୫ଟି ଜିଲ୍ଲାରେ ଆରମ୍ଭ ହୋଇଛି ଲକ୍ଷ୍ମୀ ବସ୍ ସେବା

ଭୁବନେଶ୍ୱର,୧୯/୦୨: ରାଜ୍ୟର ଆଉ ୫ଟି ଜିଲ୍ଲାରେ ଭର୍ଚୁଆଲ ମାଧ୍ୟମରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି କଟକ, ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲାରେ ଏହି ସେବା ଆରମ୍ଭ ହୋଇଛି। ଲକ୍ଷ୍ମୀ ବସ୍ ଦ୍ୱାରା ଅଳ୍ପ ମୂଲ୍ୟରେ ଯାତ୍ରା କରିପାରିବେ ଲୋକେ। ଏହାସହ ମହିଳା ମାନେ ମାତ୍ର ୫ଟଙ୍କାରେ ପଂଚାୟତରୁ ବ୍ଲକକୁ ଯାତ୍ରା କରିପାରିବେ । କଟକରେ ପ୍ରଥମ ପର୍ଯ୍ୟାୟରେ ୧୪ଟି ବ୍ଲକରେ ୨୮ଟି ବସର ଶୁଭାରମ୍ଭ ହୋଇଛି । ଏହି ବସ୍ ଗୁଡ଼ିକ ଜିଲ୍ଲାର ବିଭିନ୍ନ ପଂଚାୟତରୁ ବ୍ଲକ ସଦର ମହକୁମାକୁ ଚଳାଚଳ କରିବ । ସୂଚନାଯୋଗ୍ୟ ଯେ ଗ୍ରାମାଞ୍ଚଳରେ ଗମନାଗମନକୁ ସହଜ କରିବା ପାଇଁ ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ ହୋଇଛି ।