ପୁଣିି ବଢିଲା ଘରୋଇ ଏଲପିଜି ଦର

ନୂଆଦିଲ୍ଲୀ,୭/୫: ପୁଣିି ବଢିଲା ଘରୋଇ ଏଲପିଜି ଦର । ଘରୋଇ ସିଲିଣ୍ଡର ପିଛା ୫୦ ଟଙ୍କା ବଢିବାରୁ ଏହାର ଦର ହୋଇଛି ୯୯୯. ୫୦ ଟଙ୍କା ।ଭୁବନେଶ୍ୱରରେ ଗ୍ୟାସ ଦର ୯୭୬ ଟଙ୍କା ରହିଥିବା ବେଳେ ଏଣିକି ୧୦୨୬ ଟଙ୍କା ଦେଇ ଗ୍ୟାସ ସିଲିଣ୍ଡର କିଣିବେ ଗ୍ରାହକ । ଏହା ପୂର୍ବରୁ ମାର୍ଚ୍ଚ ମାସରେ ସିଲିଣ୍ଡର ପିଛା ୫୦ ଟଙ୍କା ବଢିଥିଲା । ଚଳିତ ମାସ ପହିଲାରେ ତୈଳ କମ୍ପାନୀ ଗୁଡିକ ଏଲପିଜି ଗ୍ୟାସ ଦରରେ ୧୦୨.୫୦ ଟଙ୍କା ବୃଦ୍ଧି କରିଥିଲେ । ଏହା ୧୯ କେ.ଜି କମର୍ସିଆଲ ସିଲିଣ୍ଡର ଦର ବଢିଥିଲା । ଫଳରେ କମର୍ସିଆଲ ସିଲିଣ୍ଡର ପିଛା ଦର ଦିଲ୍ଲୀରେ ୨୩୫୫.୫୦ଟଙ୍କାରେ ପହଞ୍ଚିଥିବାବେଳେ ଆଉ କିଛି ସ୍ଥାନରେ ଏହା ୨୫ଶହ ଟଙ୍କାକୁ ଛୁଇଁଛି । ସେହିପରି ୫୬ଲିଟର ଏଲପିଜି ସିଲିଣ୍ଡରର ଦର ୬୫୫ ଟଙ୍କାରେ ପହଞ୍ଚିଛି ।