ଅବପାତ ରୂପ ନେଇପାରେ ଘୂର୍ଣ୍ଣିବଳୟ !

ଭୁବନେଶ୍ୱର,୧୪/୧୦: ରାଜ୍ୟରେ ଏବେ ବି ବର୍ଷା ଲାଗି ରହିଛି। ଏହାରିମଧ୍ୟରେ ଆସନ୍ତା ୧୭ ଓ ୧୮ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଉତ୍ତର ଆଣ୍ଡାମାନ ସାଗରରେ  ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ପରେ ପଶ୍ଚିମ ଉତ୍ତରପଶ୍ଚିମକୁ ଗତି କରି ଘନୀଭୂତ ହେବାର ସମ୍ଭାବନା ଅଛି। ଆସନ୍ତା ୨୦ରେ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହୋଇ କାଳକ୍ରମେ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିିିଛି।