ଆସନ୍ତା ୧୬ରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା !

ଭୁବନେଶ୍ୱର,୧୩/୧୧: ଆସନ୍ତା ୧୬ ତାରିଖ ଆଡ଼କୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ତେବେ ଓଡ଼ିଶା ଉପରେ ଏହାର କ’ଣ ପ୍ରଭାବ ରହିବ ଓ ଏହା କେତେ ଘନୀଭୂତ ହେବ, ସେନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳି ପାରିନାହିଁ। ଅପରପକ୍ଷେ ଆସନ୍ତା ୩ରୁ ୪ଦିନ ଭିତରେ ରାଜ୍ୟର ତାପମାତ୍ରା ୩ରୁ ୪ ଡିଗ୍ରି ଯାଏ ତଳକୁ ଖସିବ ବୋଲି ଜଣାପଡ଼ିଛି। ଶନିବାର ଦିନ ୪ସହରର ତାପମାତ୍ରା ୧୩ ଡିଗ୍ରି ପାଖାପାଖି ରହିଥିବା ବେଳେ ଦାରିଙ୍ଗବାଡ଼ି ଓ କୋରାପୁଟରେ ସର୍ବନିମ୍ନ ୧୩ ଡିଗ୍ରି ଏବଂ ବୌଦ୍ଧ ଓ ଫୁଲବାଣୀରେ ୧୩.୫ ଡିଗ୍ରି ରେକର୍ଡ କରାଯାଇଛି। ୨ ଦିନ ପରେ ଏହି ପାରଦ ଆହୁରି ଖସିବ ଓ ରାଜ୍ୟରେ ଶୀତ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।